କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ   

କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ   

ଭୁବନେଶ୍ୱର: ପ୍ରତିଶୃତି ଦେଇଥିଲେ । ନିର୍ବାଚନ ପରେ ଧେକା ଦେଲେ । ଶାସକ ବିଜୁ ଜନତା ଦଳର ଏହା ହେଉଛି ବାସ୍ତବ ରୂପ । ଦୀର୍ଘ ୨୫ ବର୍ଷ ଧରି ଓଡିଶାବାସିଙ୍କୁ ବାରମ୍ବାର ଧୋକା ଦେଇ ଆସୁଛି ବିଜେଡି । ଏଥର ଓଡିଶାବାସୀ ମନସ୍ଥିର କରିସାରିଛନ୍ତି ପରିବର୍ତନ ପାଇଁ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ୫ଟି ପ୍ରଶ୍ନ କରିଛନ୍ତି ।
ଭୋଟ ହାତେଇବା ପାଇଁ ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ଟଙ୍କା ଫେରାଇବା ପାଇଁ କର୍ପସ ଫଣ୍ଡ ଗଠନ ଘୋଷଣା କରିଥିଲା ବିଜେଡି ସରକାର । କୋଟି କୋଟି ଟଙ୍କା ହରାଇଥିବା ଚିଟଫଣ୍ଡ କ୍ଷତିଗସ୍ତ ଜମାକାରୀଙ୍କ ଟଙ୍କା କାହିଁକି ଫେରାଇଲେ ନାହିଁ ରାଜ୍ୟ ସରକାର ? ଶାସକ ବିଜେଡିର ସହାୟତାରେ ରାଜ୍ୟରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଲୁଟକାରୀଙ୍କୁ ସୁରକ୍ଷା ଦିଆଯାଉଛି । ଡିଏମଏଫ ପାଂଠିକୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ଲୁଟ କରିଛନ୍ତି । ଶାହା କମିଶନଙ୍କ ରିପୋର୍ଟକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ଏବଂ ୬୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତିକୁ କାହା ସ୍ୱାର୍ଥରେ ବିଜେଡି ସରକାର ଚାପି ଦେଲେ ? ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ଗଂଜାମ ଏବଂ ନିଜ ନିର୍ବାଚନମଣ୍ଡଳୀରେ ସର୍ବାଧିକ ଦାଦନ ଶ୍ରମିକ । ଦାଦନ ସମସ୍ୟାକୁ ରୋକିବାରେ ରାଜ୍ୟରେ ବିଜେଡି ସରକାର କଣ ପଦକ୍ଷେପ ନେଇଛି ? ରାଜ୍ୟରେ ମହିଳା ନିର୍ଯ୍ୟାତନା ପ୍ରତିଦିନ ବଢି ଚାଲିଛି । ଏଭଳି ସମ୍ବେଦନଶୀଳ ଘଟଣାରେ ଶାସକ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ସଂପୃକ୍ତ ଅଛନ୍ତି । ଏଭଳି ହୀନ କାର୍ଯ୍ୟରେ ଲିପ୍ତ ନେତାମାନଙ୍କୁ ବିଜେଡି ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି । ମହିଳା ଓ ଶିଶୁ ମୃତ୍ୟୁ ହାରରେ ଓଡିଶା ସର୍ବଭାରତୀୟ ସ୍ତରରେ ସର୍ବାଗ୍ରେ ରହିଛି । ମହିଳା ସଶକ୍ତୀକରଣ ନାମରେ ମିଛ ଡିଣ୍ଡିମ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ୨୫ ବର୍ଷର ବିଜେଡି ସରକାରରେ ଆଜି ମହିଳାମାନେ କାହିଁକି ଅସୁରକ୍ଷିତ ? ରାଜ୍ୟ ସରକାରଙ୍କ ବିଫଳତା କାରଣରୁ କଳିଙ୍ଗନଗରରେ ସରଳ ଆଦିବାସୀଙ୍କ ହତ୍ୟା ହୋଇଥିଲା । ଶାସକ ବିଜେଡି ନୂତନ ଆଇନ ପ୍ରଣୟନ କରି ଆଦିବାସୀମାନଙ୍କ ଜମିକୁ ବିକ୍ରି କରିବାର ଷଡଯନ୍ତ୍ର ରଚିଛି । ବିଜେଡିର ଆଦିବାସୀମାରଣ ନୀତି କାହା ସ୍ୱାର୍ଥରେ ? ଏ ସମସ୍ତ ପ୍ରଶ୍ନର ଜବାବ୍ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେବା ଉଚିତ୍ ବୋଲି ଶ୍ରୀ କୁଲସ୍ତେ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭା ସାଂସଦ ମିଥିଲେଶ କୁମାର, ବରିଷ୍ଠ ନେତା ପିୟୁଷ ମହାନ୍ତି, ରାଜ୍ୟ ପ୍ୟାନେଲିଷ୍ଟ ପ୍ରକାଶ ରଥ, ପତଞ୍ଜଳୀ କରଶର୍ମା, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।